"ସଞ୍ଜବେଳକୁ ଭାରିଜୋର ବର୍ଷା ହେଉଥାଏ! ବିଲେଇଟା ପଶିଆସିଲା ଘରକୁ! ଆମେ ସ୍ୱାମୀ ସ୍ତ୍ରୀ ହେଟ ହେଟ କରି ତାକୁ ତଡ଼ିଲୁ! ବିଲେଇଟି ଗଲାବେଳେ ଥରେ ମୁହଁ ବୁଲେଇ ଆମଆଡ଼କୁ ଚାହିଁଲା! ମୋତେ ଲାଗିଲା: ତାର ନୀଳ ଆଖିର ଚାହାଣୀରେ ଭାରି ଧିକ୍କାର ଥିଲା: କି ମଣିଷ ହେଇଛ, ଏମିତି ବର୍ଷା ବାଦଲ ସଂଜରେ ମୋତେ ଘରୁ ତଡି ଦେଉଛ? ତାପରଠୁ ସେ ବିଲେଇକୁ ଆଉ ମୁଁ କେବେ ଦେଖିନି!" ଏଇ ଅଭିଜ୍ଞତା ନେଇ ବିଶିଷ୍ଟ ଲେଖକ ମୃଣାଳ ଲେଖିବା ଆରମ୍ଭ କରିଥିଲେ ଉପନ୍ୟାସ 'କଣ୍ଢେଇ', ଯାହାର ମୁଖ୍ୟ ଚରିତ୍ର ହେଉଛି ଗୋଟେ ବିଲେଇ! ଲେଖକ କହନ୍ତି, ବିଲେଇ ଭିତରେ ଯେତିକି ମଣିଷ ଅଛି, ମଣିଷ ଭିତରେ ତାଠୁ ଅଧିକ ବିଲେଇ ଅଛି! ତେବେ ଡେରି କାହିଁକି, ଚାଲନ୍ତୁନା ଶୁଣିନେବା ଏଇ ହାସ୍ୟରସାତ୍ମକ କାହାଣୀକୁ ଏଥର...
© 2021 Storyside IN (كتاب صوتي): 9789354343612
تاريخ النشر
كتاب صوتي: 20 أبريل 2021
أكثر من 200000 عنوان
وضع الأطفال (بيئة آمنة للأطفال)
تنزيل الكتب للوصول إليها دون الاتصال بالإنترنت
الإلغاء في أي وقت
